Skip to content
FREE SHIPPING ON ALL DOMESTIC ORDERS $35+
FREE SHIPPING ON ALL US ORDERS $35+

Ishwaranka Hasa

Availability:
in stock, ready to be shipped
Original price $15.00 - Original price $15.00
Original price $15.00
$18.99
$18.99 - $18.99
Current price $18.99

ଈଶ୍ୱରଙ୍କ ବିଷୟରେ କିଛି ନଜାଣି ଆମେ ସବୁ ଈଶ୍ୱରଙ୍କୁ ମାନିନେଇଥିଲୁ ଓ ଏବେ ମଧ୍ୟ ସେ ମାନିବା ମନ ଓ ହୃଦୟ ମଧ୍ୟରେ ଜଡିତ ହୋଇ ରହିଯାଇଛି । ପିଲାଟିବେଳୁ ଆମମାନଙ୍କ ମନରେ ଈଶ୍ୱରବିଶ୍ୱାସ ଭରିଦିଆଯାଇଥିଲା । ସେ ନେଇ ପ୍ରତିଦିନର ଅନେକ ବିଧି, ନିୟମ, ଆମେମାନେ ବିନା ପ୍ରଶ୍ନରେ ପାଳନ କରିଆସୁଥିଲୁ, କେବଳ ଈଶ୍ୱରଙ୍କୁ ଖୁସି କରାଇବା ପାଇଁ । ତାହେଲେ ଈଶ୍ୱର ଆମମାନଙ୍କ ଉପରେ ସନ୍ତୁଷ୍ଟ ହେବେ, ଆଶୀର୍ବାଦ କରିବେ, ଜୀବନରୁ ବାଧାବିଘ୍ନ ଦୂରୀଭୂତ କରିବେ ଓ ଜୀବନକୁ ସୁଖ, ଶାନ୍ତିରେ ଭରିଦେବେ । କିନ୍ତୁ ଯେତେ ପାଳିଲେ ବି ସେମିତି କଣ ହେଉଥିଲା ? ସେମିତି ହେଉଥିଲେ, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସବୁ ଗ୍ରାମ୍ୟ ଜୀବନକୁ ହତାଶାରେ ଭରିଦେଉନଥାନ୍ତା । ହଇଜା, ବସନ୍ତ, କାଛୁ, କୁଣ୍ଡିଆ ରୋଗ କାହାକୁ ହେଉନଥାନ୍ତା କି କେଉଁ ଶିଶୁ ସାମାନ୍ୟ ଝାଡାବାନ୍ତିରେ ଶେଷନିଶ୍ୱାସ ତ୍ୟାଗ କରୁନଥାନ୍ତା । କାହାର ଏକମାତ୍ର ସନ୍ତାନ ସରୀସୃପର ବିଷ ପ୍ରଭାବରେ ମୃତ୍ୟୁ ବରଣ କରୁନଥାନ୍ତା । କେଉଁ ଯୁବତୀ ଯୁବାବସ୍ଥାରେ ବୈଧବ୍ୟ ଦୁଃଖ ଭୋଗୁନଥାନ୍ତା ।

ଏସବୁରୁ ମନେହୁଏ, ଈଶ୍ୱରଙ୍କର ନିଜସ୍ୱ ମନ ଅଛି, ବିବେଚନା ଅଛି, ଚିନ୍ତା ଅଛି । କାହାକୁ କେତେବେଳେ କେମିତି ଭାବେ କେଉଁ ଭୂମିକାରେ ମଞ୍ଚାସୀନ କରେଇବେ, ସେ ଯୋଜନା ତାଙ୍କର । ସେଥିପାଇଁ ଜୀବନରେ ଏମିତି କିଛି ସବୁ ଘଟିଯାଏ, ଯାହା ଅବିଶ୍ୱାସନୀୟ । ସବୁ ଯୁକ୍ତି ଥାଇ ବି ଏମିତି ଅଯୈାକ୍ତିକ ଘଟଣ

ISBN-13: 9781645604570

Media Type: Paperback

Publisher: Black Eagle Books

Publication Date: 10-06-2023

Pages: 152

Product Dimensions: 8.50h x 5.50w x 0.35d